ANS SUPERFAST [email protected]

୧. ଆଜି ରାଜ୍ୟରୁ ୨୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଜଣଙ୍କର ମୃତ୍ୟୁ ଘଟିଛି । ଧିରେଧିରେ କମିବାରେ ଲାଗିଛି ଉଭୟ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ।
୨. ଆଜିଠାରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିଛି ବାବା ଧବଳେଶ୍ୱର ପୀଠ । କରୋନା ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରାଯାଉଛି ।
୩. ସୁଅ ମୁହଁରେ ଛିଡ଼ା ହୋଇ ସେଲଫି ନେବାବେଳେ ଇବ୍ ନଦୀରେ ଭାସିଗଲେ ଯୁବତୀ । ବାରମ୍ବାର ସଚେତନ କରାଇବା ପରେବି ଲୋକେ ମାନିବାକୁ ନାରାଜ ।
୪. ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଆମସେନା ଗୁରୁକୂଳ ଆଶ୍ରମରେ ବିଦ୍ୟୁତ ଆଘାତରେ ବ୍ରହ୍ମଚାରୀଙ୍କ ମୃତ୍ୟୁ ।
୫. ଶ୍ରୀଜିଉଙ୍କ ପାଇଁ ସୁନାର ଚନ୍ଦ୍ର-ସୂର୍ଯ୍ୟ ଦାନ କରିଛନ୍ତି ଭୁବନେଶ୍ୱରର ଜଣେ ଭକ୍ତ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ସେ ଦାନ କରିଛନ୍ତି ।
୬. ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ିବା ଘଟଣାରେ ୧ମୃତ୍ୟୁ, ୪ ଗୁରୁତର । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ।
୭. ଛୁରୀ ମାଡ଼ରେ ଚାଲିଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପଞ୍ଚୁମି ଗାଁରେ ।
୮. ଓଡ଼ିଶାରେ ନାହିଁ ବାର୍ଡ଼ ଫ୍ଲୁର ଭୟ । ତଥାପି ସତର୍କ ରହିବାକୁ ସୂଚନା ଦିଆଯାଇଛି ।
୯. କଲୋନୀରୁ ୫ପଜେଟିଭ୍ ଚିହ୍ନଟ ପରେ ଝାରସୁଗୁଡ଼ା ପୌରପରିଷଦର ବେହେରାମାଲ ବୃନ୍ଦାବନ କଲୋନୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ।
୧୦. ରାଜ୍ୟରେ କରୋନା ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ୧୭ ରୁ ୧୯ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଥିଲା । ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

Leave A Reply

Your email address will not be published.