ANS SUPERFAST 2@10

୧. ଆଜି ରାଜ୍ୟରେ ୧୩୦ କରୋନା ପଜିଟିଭ ଚିହ୍ନଟ ।
୨. ଓଡ଼ିଶାର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଟ୍ବିଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୩. ନେତାଜୀଙ୍କ ନାମରେ କଟକ ଖାନନଗରରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ । ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।
୪.ନନ୍ଦନକାନନରେ ଅଧିକାଂଶ ପ୍ରାଣୀ ଅସୁସ୍ଥ । ସେପଟେ ନୀଳ ଗାଇର ମୃତ୍ୟୁ ହୋଇଛି ।

୫. କିଡ଼ନୀ ଦଲାଲ ହିମାଂଶୁ ଭୂଷଣ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୋଲିସ । ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ଖୋର୍ଦ୍ଧା SDJM କୋର୍ଟ ।
୬. କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
୭. ଫାର୍ଶାରେ ଭାଇକୁ ହତ୍ୟା କଲା ଭାଇ, ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତିଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସାଲେପୁର ଥାନା ବାଲିସାହି ପଞ୍ଚାୟତର ମାଛୁଆତି ଗ୍ରାମରେ ।
୮. ପାରାଦୀପରେ ନକଲି କୋଭିଡ୍ ସାର୍ଟିଫିକେଟ୍ ଯୋଗାଇ ଗିରଫ ହେଲେ ଯୁବକ ।
୯. ନିଶାଗ୍ରସ୍ତ ଅବସ୍ଥାରେ ମା କୁ ମାରିଲା ପୁଅ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସୁନାନଗର ଗ୍ରାମରେ ।

୧୦. ପୁଣିଥରେ ରାଜ୍ୟରେ ଶୀତ ଲହରୀ । ଗୋଟିଏ ଦିନରେ ତାପମାତ୍ରା ପ୍ରାୟ ୭ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି ।

Leave A Reply

Your email address will not be published.