You are currently viewing ANS SUPERFAST 2@10

ANS SUPERFAST 2@10

  • Post category:ଓଡିଶା
  • Reading time:1 mins read

ରାଜ୍ୟରେ୧୬୩୩ ନୂଆ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ ୧୬ ଜୀବନ ନେଲା କରୋନା ।

ବନ୍ୟା କ୍ଷୟକ୍ଷତି : କେନ୍ଦ୍ରକୁ ୧୫୬୯.୫୧ କୋଟିର ସହାୟତା ମାଗିଲେ ରାଜ୍ୟ ସରକାର ।

ବାଲେଶ୍ୱରରେ ଜମୁଛି ପ୍ରଚାର : ବଡ ଘୋଷଣା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବିଜେଡି ପ୍ରଚାରରେ ୩ ମନ୍ତ୍ରୀ ।

ବଲାଙ୍ଗୀର ଜେଲରେ ପୁଞ୍ଜିଲାଲକୁ ମାଡ! ପାଟଣାଗଡ଼ ଏଡିଜେ କୋର୍ଟରେ ପିଟିସନ ଦାଖଲ କଲେ ଓକିଲ ।

ପୁରୀ ଯାଇ ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ । ସ୍ୱର୍ଗଦ୍ୱାର ଉନ୍ନତୀ, ଗୋଶାଳା ଓ ଭିକ୍ଷୁକ ଥଇଥାନ କାର୍ଯ୍ୟର କଲେ ସମୀକ୍ଷା । ଆସନ୍ତା ବର୍ଷ ପୁରୀ ସ୍ୱର୍ଗଦ୍ୱାର ନବୀକରଣ କାମ ଶେଷ କରିବାକୁ ଲକ୍ଷ୍ୟ ।

ଡିସେମ୍ବର ୩୧ ଯାଏଁ ବଢ଼ିଲା ଆୟକର ଟିକସ ରିଟର୍ଣ୍ଣ ଦାଖଲ ଅବଧି .।

ମହାନଦୀ ଜଳ ବିବାଦ ମାମଲା : ଖୁବ୍‌ଶୀଘ୍ର ଓଡ଼ିଶା-ଛତିଶଗଡ଼ ବୈଠକ ।

 ଵାରହା ଧରିବାକୁ ଵିଛା ଯାଇଥିବା ଵିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ ।

ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓବିରୋଧୀ ପୋଷ୍ଟର୍ । ପୁଲିସ ଇନଫର୍ମର୍ ସନ୍ଦେହରେ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିବା ସହ ନିର୍ଯାତନା ଦେଉଥିବା ଏଥିରେ ଲେଖା ଅଛି।

ବଲାଙ୍ଗୀର: ଦୁର୍ଦ୍ଦାନ୍ତ ଡକାୟତ ବଣ୍ଟି ସୁନା ଗିରଫ ।

ଅନ୍ୟମାନଙ୍କୁ ଜଣାନ୍ତୁ।