You are currently viewing ANS SUPERFAST 2@10

ANS SUPERFAST 2@10

  1. ଆଜି ରାଜ୍ୟରୁ ୧୩୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୭୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୫୪ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସେପଟେ ଆଜି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି |

2. ଓଡ଼ିଆ ଅଭିନେତା ସିଦ୍ଧାର୍ଥ ପୁଣି ଫେରିଲେ ଛୋଟ ପରଦାକୁ | ଜୀସାର୍ଥକରେ ୨୫ ତାରିଖଠାରୁ ପ୍ରସାରଣ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ‘କେମିତି କହିବି କହ’ ଯେଉଁଥିରେ ନଜର ଆସିବେ ସିଦ୍ଧାର୍ଥ |

3. ଆଜିଠାରୁ ଶ୍ରୀମନ୍ଦିରରେ ହଟିଲା ବ୍ୟାରିକେଟ୍‌ । ସହଜରେ ଦର୍ଶନ କଲେ ଶ୍ରଦ୍ଧାଳୁ ।

4. ଭୁବନେଶ୍ୱର ଉପକଣ୍ଠ ସାଲିଆ ସାହିରୁ ୫୦୦ ଲିଟର ଚୋରା ଦେଶୀ ମଦ ଜବତ । ୫ ମହିଳାଙ୍କ ସମେତ ୯ଜଣ ଗିରଫ
5. ୫ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଅର୍ଥନୈତିକ ଅବରୋଧ ଓ ବିକ୍ଷୋଭ ।
6. ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଆତ୍ମାହୁତୀ ଉଦ୍ୟମ । ଜମିବାଡ଼ି ଘଟଣାରେ ନ୍ୟାୟ ନପାଇବାରୁ ଏଭଳି କରିଥିବା ସୂଚନା ।
7. ଗୋଷ୍ଠୀ ବିବାଦକୁ ନେଇ ଗଣ୍ଡଗୋଳ । ଦୁଇ ଯୁବକ ବାଇକ ଯୋଗେ ଆସି ଦେଖାଇଲେ ବନ୍ଧୁକ ।
8. ଅନଲାଇନ ଜରୀଆରେ କେଟିଏମ ବାଇକ ଦେବେ କହି ଠକି ନେଲେ ଟଙ୍କା । ଠକାମୀର ଶୀକାର ହୋଇଛନ୍ତି କୋରାପୁଟ ଜିଲ୍ଲାର ଦୁଇ ଯୁବକ ।

9. ଧାନ ଢେ଼ାଲି ତଳେ ଚାପି ହୋଇ ପ୍ରାଣ ହରାଇଲେ ସ୍ତ୍ରୀ, ସ୍ୱାମୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ନିକଟବର୍ତ୍ତି ଗାଁରେ ।

10.ରାଜ୍ୟରେ ଶୀତର ଲହରୀ କମୁଥିବା ବେଳେ କୁହୁଡିର ପରିମାଣ ବଢି ଚାଲିଛି |୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ |

ଅନ୍ୟମାନଙ୍କୁ ଜଣାନ୍ତୁ।