ଭୁବନେଶ୍ୱର -୧୪.୦୫.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ ଥମୁନାହି । ଏନେଇ ଓଜେଇଇ ଆବେଦନ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନ କରିବାର ଅବଧି ମେ’୧୫ ତାରିଖ ଯାଏ ରହିଥିଲା । ବର୍ତ୍ତମାନ ଆବେଦନ ଅବଧିକୁ ଜୁନ ମାସ ୧୫ ତାରିଖ ଯାଏ ବୃଦ୍ଧି ହୋଇଛି । ଏହି ପରୀକ୍ଷା ଜୁନ ମାସ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ସିବିଟି ମୋଡ଼ରେ ଅନୁଷ୍ଠିତ ହେବ । ସୂଚନା ଅନୁସାରେ କେବଳ ଆବେଦନ ଅବଧି ବୃଦ୍ଧି ହୋଇଛି । କିନ୍ତୁ ପରୀକ୍ଷା ଘୁଞ୍ଚିବା ନେଇ କୌଣସି ସୂଚନା ନାହିଁ ।