ଭଞ୍ଜନଗର(ଏଏନଏସ)୦୯/୦୪, ଭଞ୍ଜନଗର କ୍ଷୁଦ୍ର ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ବିତୀୟ ପତ୍ନୀ ଗିରଫ। ଦ୍ବିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କୁ ବାନ୍ଧିଲା ଭିଜିଲାନ୍ସ ଟିମ। ପୂର୍ବରୁ କଳ୍ପନାଙ୍କ ଘରୁ ୨ କୋଟି ୫୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଆଜି ତାଙ୍କ ଭଉଣୀଙ୍କ ଘରୁ ୧ କୋଟି ୪୧ ଲକ୍ଷ ଜବତ ହୋଇଥିଲା । ଏହା ପରେ ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ (କଳ୍ପନା), ଶାଳି ଓ ପୁତୁରାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏମିତିକି ଏହି ତିନି ଜଣଙ୍କୁ କାର୍ତ୍ତିକେଶ୍ୱର ସହ ମୁହାଁମୁହିଁ ବସାଇ ଜେରା କରିଥିଲେ ଭିଜିଲାନ୍ସ ଅଧିକାରୀ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ବେଳେ କର୍ତ୍ତିକେଶ୍ବରଙ୍କର ମୋଟ୍ ୩ କୋଟି ୪୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା । ଏହା ସହ ୩୬୦ ଗ୍ରାମ୍ ସୁନା ଓ ଏକ କିଲୋରୁ ଅଧିକ ରୁପା ମଧ୍ୟ ଜବତ ହୋଥିଲା ।
ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତିଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭରରାସ୍ତା କଡରେ ମୃତଦେହନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତକେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼ପୁଣି ଆସୁଛି କାଳବୈଶାଖୀଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ଅଭିଯୋଗରେ ଥାନରେ ଏତାଲା