You are currently viewing ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅରୁଣ ସାହୁ : କହିଲେ, ବଡ ଭାଇ ଭାବେ ବିଜେଡି କାମ କରିଛି, ସାନ ଭାଇ ଭାବେ ତାର ଦାୟିତ୍ବ ନିଅନ୍ତୁ ନୂଆ ସରକାର ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅରୁଣ ସାହୁ : କହିଲେ, ବଡ ଭାଇ ଭାବେ ବିଜେଡି କାମ କରିଛି, ସାନ ଭାଇ ଭାବେ ତାର ଦାୟିତ୍ବ ନିଅନ୍ତୁ ନୂଆ ସରକାର ।

ଏଏନଏସ: ବିଜେଡି ସରକାର ସମୟରେ କୃଷି ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମୀ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଛି । ସ୍ବାସ୍ଥ୍ୟ ଭିତ୍ତିଭୂମୀ କ୍ଷେତ୍ରରେ ବିଜେଡି ସରକାର ଅନେକ ପଦକ୍ଷେପ ନେଇଛନ୍ତି, ଏବେ ସରକାର ନାଁ ନେବେ । ନାଁ ନିଅନ୍ତୁ ପଛେ କାମ କରନ୍ତୁ । ଯୋଜନାର ନାମ ପରିବର୍ତ୍ତନ କରନ୍ତୁ କିନ୍ତୁ ଯୋଜନା ବନ୍ଦ କରନାହିଁ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ ।

ଏଥିସହ ସ୍ୱତନ୍ତ୍ର ଅନୁଦାନ ରାଶି କଥା ଉଠାଇ ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡ଼ି ବିଧାୟକ। ଆନ୍ଧ୍ର ପ୍ରଦେଶର ୧୬ ସାଂସଦ ,ଜେଡିୟୁ ର ୧୨ ସାଂସଦ ଥିବାବେଳେ ବଜେଟରେ ସେମାନଙ୍କୁ ସ୍ୱତନ୍ତ୍ର ଅନୁଦାନ ମିଳିଲା କିନ୍ତୁ ଓଡିଶାରୁ ୨୦ ଜଣ ସାଂସଦ ଗଲେ କେନ୍ଦ୍ର ସରକାର ଗଠନରେ ସହାୟକ ହେଲେ । କିନ୍ତୁ ଓଡିଶାକୁ ମିଳିଲାନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନା ମିଳିଲା ସ୍ୱତନ୍ତ୍ର ଆର୍ଥିକ ଅନୁଦାନ । କାହିଁକି ବିଫଳ ହେଲେ ସରକାର ତାହା ଗୃହକୁ ଜଣାନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି ।

ଏଥିସହ ଓଡିଶା ପାଇଁ ନବୀନ ଯାହା କରିଛନ୍ତି ତାହା ଇତିହାସ । ବଡ଼ ଭାଇ ଭାବରେ ବିଜୁ ଜନତା ଦଳ ଯେଉଁ ବିକାଶ କରିଛି ତାକୁ ସାନ ଭାଇ ଭାବେ ନୂଆ ସରକାର ତାର ଦାଇତ୍ୱ ନିଅନ୍ତୁ । କୋଟିଆ, ପୋଲାଭରମ, ମହାନଦୀ ଓ ସୁବର୍ଣ୍ଣରେଖା ହେଉଛି ଓଡ଼ିଆ ଅସ୍ମିତା । ଟ୍ରିପଲ ଇଞ୍ଜିନ ସରକାର ଏହାର ସମାଧାନ କରି ଓଡ଼ିଆ ଅସ୍ମିତାର ପରିଚୟ ଦିଅନ୍ତୁ ଜ୍ଝ ଓଡ଼ିଆ ଅସ୍ମିତା ପାଇଁ ପୂର୍ବ ସରକାର ଟଙ୍କାର ବର୍ଷା କରିଥିଲେ, ମଠ ମନ୍ଦିର ବିକାଶ ପାଇଁ ଟଙ୍କା ଦିଆ ଯାଇଥିଲା ସେ କାର‌୍ୟ୍ୟକୁ ବର୍ତ୍ତମାନର ସରକାର ତ୍ୱରାନ୍ୱିତ କରନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।