You are currently viewing ବାଚସ୍ପତି ହେଲେ ଆରୁଖ

ବାଚସ୍ପତି ହେଲେ ଆରୁଖ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏ୯ଏସ)୧୩/୦୬, ବିଧାନ ସଭାର ଆଜି ସ୍ୱତନ୍ତ୍ର ଅଧିବେସନରେ ନିଦ୍ନନ୍ଦରେ ଦିର୍ବାଚିତ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ବିକ୍ରମ କେଶୋରୀ ଆରୁଖ । ଏଠାରେ ସୂଚନା ଯୋଗ୍ୟ ଯେ ବାଚସ୍ପତିପ୍ରାର୍ଥି ଭାବେ ବିକ୍ରମ କେଶରୀ ଆରୁଖଙ୍କ ନାମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆରୁଖଙ୍କ ନାମକୁ ବାଚନିକ ଭୋଟରେ ଗ୍ରହଣ କରିଥିଲା ବିଧାନ ସଭା । ଭଞ୍ଜନଗରରୁ ୬ଥର ବିଧାୟକ ହୋଇଥିବା ବିକ୍ରମ କେଶରୀ ଆରୁଖ ପୂର୍ବରୁ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀଭାବେ ମଧ୍ୟ ବିକ୍ରମ କେଶରୀ ସୂଚାରୁ ରୂପେ ତାଙ୍କ କାର୍ଯ୍ୟ ତୁଲାଇଛନ୍ତି । ବିଧାନ ସଭା ଗୃହରେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ ଉପବାଚସ୍ପତି । ବିଭିନ୍ନ ଦଳର ବିଧାୟକ ମାନେ ନବନିର୍ବାଚିତ ବାଚସ୍ପତିଙ୍କୁ ବାଚସ୍ପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।