ନୂଆଦିଲ୍ଲୀ (୫.୧୦.୨୨) : ସାଧାରଣ ଲୋକଙ୍କ ପାଖରେ ପୋଷାରେ କୁକୁର ବିଲେଇ ଆପଣ ଦେଖିଥିବେ । କିନ୍ତୁ ବାଘ ରଖିବା ଏକ ନିଆରା ଦୃଶ୍ୟ । ତେବେ ଆଜିକାଲି ବହୁତ୍ ଲୋକ ବାଘ ପୋଷିବାରେ ଲାଗିଛନ୍ତି । ତେବେ ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ଆନ୍ଧ୍ରପ୍ରଦେଶର ଡାକ୍ତର ଗିଡିକୁମାର ପାଟିଲ । ୟୁକ୍ରେନରେ ଥିବା ବେଳେ ପାଟିଲ ରଖିଥିବା ଦୁଇଟି ବାଘ ଯୁଦ୍ଧର ଘନଘଟା ଫସିଯାଇଛନ୍ତି। ଯୁଦ୍ଧର ସଙ୍କଟରୁ ଫେରି ଆସିଥିବା ପାଟିଲ ଏବେ ନିଜର ଦୁଇଟି ବାଘକୁ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ଯାହା ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ଏବେ ତାଙ୍କ ବିନା ରହିପାରୁ ନାହାନ୍ତି ସେ। ନିଜ ସାଥୀ ଦୁଇ ଜଣଙ୍କୁ ଫେରାଇ ଆଣିବା ପାଇଁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ପାଟିଲ ହେଉଛନ୍ତି ପେଶାରେ ଜଣେ ଅର୍ଥପେଡିକ ଡାକ୍ତର। ୨୦୦୭ରେ ପାଟିଲ ୟୁକ୍ରେନ୍ ଚାଲିଯାଇଥିଲେ। ସେଠାରେ ସେ ରହିବା କାଳରେ କିଭର ଏକ ଚିଡ଼ିଆ ଖାନାରୁ ଦୁଇଟି ବାଘ ପୋଷ୍ୟ ଭାବେ ଆଣିଥିଲେ। ଗୋଟିଏ ହେଉଛି କଳା ବାଘ ବା ବ୍ଲାକପାନ୍ଥର ଏବଂ ଅନ୍ୟଟି ହେଉଛି ଚିତା(ଜାଗୁଆର)। ଚିତାର ନାମ ୟସ୍ ହୋଇଥିବା ବେଳେ କଳା ମାଈବାଘର ନାମ ସବ୍ରିନା। ୪୨ ବର୍ଷୀୟ ପାଟିଲ ୟୁକ୍ରେନ୍ରେ ଲୁହାନସ୍କରେ ରହୁଥିଲେ। ଯାହା ଯୁଦ୍ଧଗ୍ରସ୍ତର ୟୁକ୍ରେନର ସବୁଠାରୁ ବିପଦପୂର୍ଣ୍ଣ ଜାଗା। ପାଟିଲ ସେଠିକାର ଚିଡ଼ିଆଖାନାରୁ ଦୁଇଟି ବାଘ ଆଣି ଏକ କ୍ଷୁଦ୍ର ଚିଡ଼ିଆଖାନାରେ ରଖିଥିଲା। ଅତି ଯତ୍ନର ସହ ଦୁଇଟି ବାଘକୁ ପାଳିଥିବା ପାଟିଲ ସେମାନଙ୍କ ଦେଖାଶୁଣାରେ କେବେ ଉଣାକରନ୍ତି ନାହିଁ। ଆଉ ଏହି ଭଲପାଇବା ଏତେ ଗଭୀର ହୋଇଥିଲା ଯେ, କେବେ କେବେ ଦୁଇଟି ବାଘ ପାଟିଙ୍କ କାନ୍ଧରେ ଲାଉ ହୁଅନ୍ତି, ପୁଣି କେବେ ତାଙ୍କ ସହ ଖେଳନ୍ତି। ହେଲେ ସବୁ ଖୁସି ଆନନ୍ଦ ଉପରେ ଭଟ୍ଟା ପକାଇ ଦେଲା ରୁଷ-ୟୁକ୍ରେନ ଯୁଦ୍ଧ। ଯୁଦ୍ଧ ଆରମ୍ଭ ପରେ ସମସ୍ତ ଭାରତୀଙ୍କୁ ସ୍ୱଦେଶ ଫେରି ଆସିବା ପାଇଁ କୁହାଯାଇଥିବା ବେଳେ ନିଜ ପୋଷା ବାଘକୁ ଛାଡ଼ି ଆସିବାକୁ ଅମଙ୍ଗ ହୋଇଥିଲେ ପାଟିଲ। କିନ୍ତୁ ଆକ୍ରମଣ ଜୋରଦାର ହେବା ପରେ ୟୁକ୍ରେନ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ପାଟିଲ। ଏବେ ନିଜ ବନ୍ଧୁଙ୍କ ବିଚ୍ଛେଦରେ ମ୍ରିୟମାଣ ହୋଇ ସେମାନଙ୍କୁ ଫେରାଇ ଆଣିବାକୁ ପାଟିଲ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ