ଭୁବନେଶ୍ୱର (ଏଏନଏସ): ଆସନ୍ତାକାଲି ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ। ଏହା ପୂର୍ବରୁ ଆଜି ହେବ ନାମାଙ୍କନ ଦାଖଲ। ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଥିଲେ ବିଧାନସଭା ସଚିବ।
ଉପବାଚସ୍ପତି ପଦବୀରୁ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଛି। କିଛି ଦିନ ତଳେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। 2019 ଜୁନ୍ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ। ଦଳୀୟ ସଙ୍ଗଠନକୁ ମଜବୁତ୍ କରିବାକୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ କହିଥିଲେ।