ଆତଙ୍କ ରଚିଲେ ବସ୍ କର୍ମଚାରୀ

ଭୁବନେଶ୍ୱର(ଏଏନଏସ)୨୩/୦୬, ରାଜଧାନୀରେ ମୋ ବସ କର୍ମଚାରୀଙ୍କ ଆତଙ୍କ । ବସ୍ ଷ୍ଟପେଜ ପୂର୍ବରୁ ଗାଡି ଅଟକାଇବାରୁ ଯାତ୍ରୀଙ୍କୁ ପିଟିଲେ ଡ୍ରାଇଭର କଣ୍ଡେକ୍ଟର । ଏପରିକି ଅନ୍ୟ ଗାଡିର ମୋ ବସ କର୍ମଚାରୀ ବି ମିଶି ରାସ୍ତାରେ ମାରଧର କଲେ । ମାଷ୍ଟର କ୍ୟାଣ୍ଟିନ ଛକ ବସ୍‌୍‌ଷ୍ଟାଣ୍ଡ ପାଖରେ ଯାତ୍ରୀଙ୍କୁ ମିଳିମିଶି ଆକ୍ରମଣ କଲେ ବସ୍ କର୍ମଚାରୀ । ମା’ ସାମ୍ନାରେ ପୁଅକୁ ମାରୁଥିବାର ଦେଖି ମହିଳା ଜଣଙ୍କ ମୋ ବସ୍ କର୍ମଚାରୀଙ୍କୁ ଛାଡି ଦେବାକୁ ହାତଧରି ନେହୁରା ହୋଇଥିଲେ ।

Leave A Reply

Your email address will not be published.

twenty − 9 =