କେନ୍ଦ୍ରପଡା (୧୮.୧୦.୨୨) : ଖାଇବା ପରଷିବା ବିଳମ୍ବ କରିଦେଲେ ଦୋକାନୀ । ଏଥିରେ ଗ୍ରାହକ ରାଗିଯାଇ ସିଧା ଆକ୍ରମଣ କରିଥିଲେ । ଫଷ୍ଟଫୁଡ ଦୋକାନୀ ବେକକୁ ବ୍ଲେଡରେ ଆକ୍ରମଣ କଲେ ଗ୍ରାହକ । ଏଥିରେ ଦୋକାନୀଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏପରି ଅଭାବନୀୟ ଓ ଲୋମଟାଙ୍କୁରା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଯୁଣ ଛକରେ ଘଟିଛି। ଗତ କାଲି ବିଳମ୍ବିତ ରାତ୍ରୀରେ ଜୁଣ ଛକରେ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ମେଲୋଡି ଚାଲିଥିଲା ।

କିଛି ଯୁବକ ମେଲୋଡି ଦେଖି ସରିବା ପରେ ନିକଟରେ ଥିବା ଫାଷ୍ଟ୍ ଫୁଡ୍ ଦୋକାନକୁ ଖାଇବାକୁ ଯାଇଥିଲେ। ସେଠାରେ ସେମାନେ ଅର୍ଡର ଦେଇଥିବା ବେଳେ ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ସେମାନେ ଦୋକାନୀଙ୍କୁ ଗାଳିଗୁଲଜ କରିଥିଲେ । ହେଲେ ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ଜଣେ ଯୁବକ ଫାଷ୍ଟ ଫୁଡ୍ ଦୋକାନୀ ଆକାଶ ବେହେରା ବେକକୁ ବ୍ଲେଡରେ ଆକ୍ରମଣ କରିଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଗୁରୁତର ଆକାଶଙ୍କୁ ଉଦ୍ଧାର କରି ପ୍ରଥମେ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରିଥିଲା।