You are currently viewing କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ

  • Post category:ଓଡିଶା
  • Reading time:1 mins read

ନୂଆପଡା(ଏଏନଏସ)୧୪/୦୫, ଜିଲ୍ଳା ଖଡ଼ିଆଳ ଥାନା ଗେଟ ସମ୍ମୁଖରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ହତ୍ୟା ଘଟଣା ସହ ଜଡିତ ଏକ ଶବ ଥାନାରେ ରଖାଯାଇଥିଲା ।ଏହି ସମୟରେ କାର୍ଯ୍ୟରତ ସାମ୍ବାଦିକ ରବିକାନ୍ତ ମୃତକଙ୍କ ଫଟୋ ନେଉଥିବାର ଦେଖି କିଛି ଲୋକ ଉତ୍ତ୍ୟକ୍ତ ହୋଇ ତାଙ୍କୁ ତଳେ ପକାଇ ବାଡେଇ ଲହୁଲୁହାଣ କରି ଦେଇଥିଲେ । ଜଣେ ସାମ୍ବାଦିକଙ୍କୁ ବାଡେଇବା ଘଟଣା କୁ ନେଇ ନୂଆପଡା ଜିଲ୍ଳା ରେ ବିଭିନ୍ନ ମହଲ ରେ ତୀବ୍ର ନିନ୍ଦା କରିଛନ୍ତି। ଏହା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ।

ମରଣାନ୍ତକ ଆକ୍ରମଣ ଘଟଣାରେ ଖଡ଼ିଆଳ ପୋଲିସ ଦ୍ଵାରା ୭ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବେଳେ, ଫେରାର ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଜିଲ୍ଳା ସାମ୍ବାଦିକ ସମନ୍ୟୁୟ ସମିତି ଆବାହକ ଘନଶ୍ୟାମ ଭୋଇ ଓ ପରମେଶ୍ୱର ବାରିକ ଙ୍କ ନେତୃତ୍ୱ ରେ ଜିଲ୍ଳା ର ସମସ୍ତ ସାମ୍ବାଦିକ ଖଡ଼ିଆଳ ଥାନା ସମ୍ମୁଖରେ ରେ କଳା ବ୍ୟାଚ ପିନ୍ଧି ଧାରଣା ଦେଇଥିଲେ । ଏହି ଧାରଣା ରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଙ୍କ ସହିତ ଜିଲ୍ଳା ର ଅନେକ ସାମାଜିକ ସଂଗଠନ ସମର୍ଥନ ଜଣାଇ ଧାରଣା ରେ ବସି ଥିଲେ । ପୋଲିସ ପକ୍ଷରୁ ପ୍ରତିଶୃତି ମିଳିବାପରେ ଧାରଣକୁ ସ୍ଥଗିତ ରଖାଯାଇଛି । ପ୍ରଥମ ଥର ପାଇଁ ସାମ୍ବାଦିକଙ୍କ ସହିତ ଜିଲ୍ଳାରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାରୁ ଜନସାଧାରଣ ମହଲ ରେ ଅସନନ୍ତୋଷ ପ୍ରକାଶ ପାଇଛି ଓ ପୋଲିସ ପ୍ରଶାସନ କୁ ବିଭିନ୍ନ ମହାଳରୁ ତୀବ୍ର ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।