You are currently viewing ରାଜଧାନୀରେ  ହଣାକଟା ।

ରାଜଧାନୀରେ ହଣାକଟା ।

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର(ଏଏନଏସ) ୧୯/୦୬: ରାଜଧାନୀରେ ହଣାକଟା । ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟର କୁ ଗୋଡେଇ ଗୋଡେଇ ହାଣିଲେ ।

ଖବର ଅନୁଯାୟୀ, ବସ୍‌ଷ୍ଟାଣ୍ଡରେ ବସ୍‌ ଆଗ ପଛ ଯିବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ପ୍ରଥମେ ଗଣ୍ଡଗୋଳ ଆଉ ପରେ ହଣାକଟା ପର୍ଯ୍ୟନ୍ତ କଥାଗଲା । ଅନ୍ୟବସର କର୍ମଚାରୀ ମାନେ ଧାରୁଆ ଅସ୍ତ୍ରରେ ହାଣିଥିବା ସୂଚନା ମିଳିଛି । ଏହି ହଣାକଟାରେ  ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି ।ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଲେ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଖୋଲତାଡ଼ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।