You are currently viewing ରିଲିଜ୍ ହେଲା ଫିଲ୍ମ “ବ୍ରହ୍ମାସ୍ତ୍ର”ର ଗୀତ “କେସରିୟା”ର ନୂଆ ଟିଜର୍‌, ଦେଖନ୍ତୁ ଭିଡ଼ିଓ

ରିଲିଜ୍ ହେଲା ଫିଲ୍ମ “ବ୍ରହ୍ମାସ୍ତ୍ର”ର ଗୀତ “କେସରିୟା”ର ନୂଆ ଟିଜର୍‌, ଦେଖନ୍ତୁ ଭିଡ଼ିଓ

  • Post category:ଓଡିଶା
  • Reading time:1 mins read

ମୁମ୍ବାଇ ୧୩/୦୪, ବଲଉଡ୍ ର ସବୁଠାରୁ କ୍ୟୁଟ୍ କପଲ୍ ଙ୍କ ପାଇଁ ବର୍ତ୍ତମାନ ସମ୍ପର୍କ ଆଗକୁ ବଢାଇବା ପାଇଁ ସମୟ ଆସିସାରିଛି । ଅନେକ ଦିନ ଧରି ରିଲେଶନସିପ୍ ରେ ରହିବା ପରେ ଏହି କପଲ୍ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କିନ୍ତୁ ଉଭୟଙ୍କ ପକ୍ଷରୁ ବିବାହକୁ ନେଇ କୌଣସି ଅଫିସିୟାଲ ଘୋଷଣା କରାଯାଇନାହିଁ । କିନ୍ତୁ ଅନ୍ୟପଟେ ଏହି କପଲ୍ ଙ୍କ ପାଇଁ ସୋସିଆଲ ମିଡ଼ିଆରେ ପ୍ରଶସଂକମାନେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିସାରିଲେଣି । ସୂଚନାଯୋଗ୍ୟ ଆଲିୟା-ରଣବୀର ଏପ୍ରିଲ୍ ୧୪-୧୫ରେ ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଦୁଇଜଣ ଫିଲ୍ମ “ବ୍ରହ୍ମାସ୍ତ୍ର” ରେ କାମ କରୁଛନ୍ତି । ଏନେଇ ବିବାହ ପୂର୍ବରୁ ନିର୍ଦେଶକ ଅୟାନ ମୁଖାର୍ଜୀ ଫିଲ୍ମ “ବ୍ରହ୍ମାସ୍ତ୍ର”ର ଏକ ନୂଆ ଗୀତର କିଛି ସିନ୍ ସୋସିଆଲ ମିଡ଼ିଆରେ ସେୟାର କରି ଉଭୟଙ୍କ ଜୀବନର ଏହି ନୂଆ ଯାତ୍ରାକୁ ଶୁଭେଚ୍ଛା ଜଣାଇଛନ୍ତି ।

ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ଏହି ୪୫ ସେକେଣ୍ଡର ଭିଡ଼ିଓରେ ଆଲିୟା ଏବଂ ରଣବୀର ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଫୁଲର ବାସ୍ନାରେ ଉଭୟ ପରସ୍ପରଙ୍କ ମଧ୍ୟରେ ହଜିଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଫିଲ୍ମଟିକୁ ଦେଖିବା ପାଇଁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଏହି ଛୋଟ ଭିଡ଼ିଓଟି କୌଣସି ସରପ୍ରାଇଜ୍ ଠାରୁ କମ୍ ନୁହେଁ ।


ଭିଡ଼ିଓଟି ସେୟାର କରିବା ସହ ଅୟାନ ଲେଖିଛନ୍ତି- “ରଣବୀର ଏବଂ ଆଲିୟାଙ୍କ ପାଇଁ, ଏଥିସହ ସେହି ପବିତ୍ର ସମ୍ପର୍କ ପାଇଁ , ଯାହାର ଆରମ୍ଭ ଉଭୟ ବହୁତ ଜଲଦି କରିବାକୁ ଯାଉଛନ୍ତି । ଏହି ଦୁନିଆରେ ସବୁଠାରୁ ନିଜର ଲୋକମାନଙ୍କ ମଧ୍ୟରେ ରଣବୀର ଏବଂ ଆଲିୟା ଜଣେ, ଯିଏ ମତେ ମୋ ଜୀବନରେ ବହୁତ ଭଲ ଅନୁଭୂତି ଦେଇଛନ୍ତି । ଏନେଇ ଉଭୟଙ୍କ ବିବାହ ପୂର୍ବରୁ ସେମାନଙ୍କ ସମ୍ପର୍କର ଏକ ଛୋଟ ଝଲକ୍ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଦେଖିପାରିବେ ।”

ଅନ୍ୟମାନଙ୍କୁ ଜଣାନ୍ତୁ।