ଭୁବନେଶ୍ୱର, ବହୁଚର୍ଚ୍ଚିତ ବଚନସୁଧା ପଟ୍ଟନାୟକ ହତ୍ୟା ମାମଲାରେ ବଡ ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ ରାୟ ପ୍ରକାଶ ପାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ ଘୋଷଣା ହୋଇଛି ।ଦଣ୍ଡ ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୩ରେ ବଚନସୁଧାଙ୍କୁ ହତ୍ୟା କରାଯାଇଥିଲା । ଭୁବନେଶ୍ବର ରସୁଲଗଡ଼ ଘରେ ହତ୍ୟା କରାଯାଇଥିଲା । ଘରର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଦୀପ୍ତିରଞ୍ଜନ ପଟ୍ଟନାୟକ ଟଙ୍କା ସୁନା ପାଇଁ ଛୁରୀ ଭୁସି ହତ୍ୟା କରିଥିଲା ।