You are currently viewing ବହୁ ଆଡମ୍ବରରେ ଲଘୁକ୍ରିୟା

ବହୁ ଆଡମ୍ବରରେ ଲଘୁକ୍ରିୟା

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ) ୧୦/୧୦, ପୁରୀରେ ଆରମ୍ଭ ହୋଇସାରିଛି ବିଷ୍ୟାଳିଙ୍କ ପଞ୍ଜିକରଣ ହେଲେ ମିଳୁନି ସୁବିଧା । ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ । ଏଥିପାଇଁ ପୁରୀରେ ହବିଷ୍ୟାଳିମାନଙ୍କ ଭିଡ ଆରମ୍ଭ ହୋଇଗଲାଣି । ହଜାର ହଜାର ସଂଖ୍ୟାର ହବିଷ୍ୟାଳି ପୁରୀର ମଠ ବାଡି ଏବଂ ହବିଷ୍ୟାଳି ଶିବିର ପାଖରେ ଭିଡ ଜମାଇଛନ୍ତି । କିନ୍ତୁ ପୁରୀରେ ପଂହଚିବା ପରେ ହବିଷ୍ୟାଳି ହଇରାଣ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା , ହବିଷ୍ୟାଳି କେନ୍ଦ୍ରରେ ସେମାନଙ୍କୁ ରହିବା ପାଇଁ ସୁଯୋଗ ଦିଆଯାଉନାହିଁ । ନିୟମ ଅନୁସାରେ, ସେମାନେ ପଂଜୀକରଣ କରିଥିଲେ । କିନ୍ତୁ ଏଠାରେ ପଂହଚିବା ପରେ ସେମାନଙ୍କୁ ପ୍ରତିଶ୍ରୃତି ଅନୁସାରେ ସୁବିଧା ମିଳୁନାହିଁ ବୋଲି ଅଭିଯୋଗ ଆସିଛି ।


କିଛି ବ୍ରତଧାରୀମାନେ ଜନସେବା କେନ୍ଦ୍ରରେ ପଞ୍ଜିକରଣ କରିଛନ୍ତି ହେଲେ ସେମାନଙ୍କୁ ହବିଷ୍ୟାଳିଙ୍କ ପାଇଁ ଖୋଲାଯାଇଥିବା ୫ ଟି ଶିବିରରେ ରଖିବାକୁ ଦିଆଯାଉନାହିଁ । ଅଣପଞ୍ଜୀକୃତ ହବିଷ୍ୟାଳି ସମସ୍ୟା ବଢାଇଛନ୍ତି । କିଛି ହବିଷ୍ୟାଳି ସ୍ଥାନୀୟ ଜନପ୍ରତିନିଧିଙ୍କ ଜରିଆରେ ଆସିଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ପ୍ରଶାସନ ସେମାନଙ୍କୁ ରଖିବାକୁ ଅନୁମତି ଦେଉନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବ୍ରତଧାରୀମାନେ । ତେବେ ପଂଜିକୃତଙ୍କୁ ରଖିବା ପରେ ଅନ୍ୟମାନଙ୍କ କଥା ଚିନ୍ତା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସୋମବାରଠୁ କାର୍ତିକ ମାସ ଆରମ୍ଭ ହେଉଥିବାରୁ ହବିସ୍ୟାଳିମାନେ ମାସେ ଯାଏଁ ବ୍ରତ ରଖିବେ । ଏଭଳି ସମୟରେ ହବିଷାଳିଙ୍କ ରହିବା ବ୍ୟବସ୍ଥା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।