You are currently viewing ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର

ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର

  • Post category:ଓଡିଶା
  • Reading time:1 mins read

ବଲାଙ୍ଗୀର(ଏଏନଏସ) ୧୯/୦୪, ଅସହ୍ୟ କରୁଛି ତାତି । ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର । ପାରଦ ଏବେ ଉପର ମୁହାଁ । ତଳକୁ ଖସିବାର ନା ନେଉ ନାହିଁ । ତାପମାତ୍ରା ବଢିବା ସହ ପ୍ରଚଣ୍ଡ ଖରା ଏବଂ ଝାଞ୍ଜି ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ଜନସାଧାରଣ । କି ଦିନ କି ରାତି ଦୁଇ ସମୟରେ ଗରମର ଶିକାର ହେଉଛନ୍ତି ଲୋକ ।

      ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ସଇଁନ୍ତଳାରେ ହୋଇଛି ଘଡ଼ଘଡି ସହ ପ୍ରବଳ ପବନ ଓ ବର୍ଷା ଯାହା ଫଳରେ କିଛିଟା ଆଶ୍ୱସ୍ତି ମିଳିଛି କିନ୍ତୁ ପବନ ମାଡ଼ରେ ଟଳି ପଡିଛି ଶତାଧିକ ଗଛ । ସେହିପରି ଏହାରି ପ୍ରଭାବରେ ଟିଟିଲାଗଡରେ ମଧ୍ୟ ପାଗ କିଛିଟା ବଦଳିଛି ।      ତେବେ କାଳବୈଶାଖୀ ପ୍ରଭାବରେ ବହୁ ଗଛୁ ଉପୁଡିପଡିଛି । ଯାହାଦ୍ୱାରା ବିଦ୍ୟୁତ ସରବରାହରେ ବାଧା ସୃଷ୍ଟି ହୋଇଛି । ସେପଟେ ଗତ ଦୁଇ ଦିନ ହେଲା ଉଭୟ ଅଞ୍ଚଳରେ ଦିନ ୩ଟା ପରେ ପାଗ ମେଘୁଆ ରହିବା ସହ ପବନ ବହୁଛି ହେଲେ ତାହାର ପ୍ରଭାବ ବଲାଙ୍ଗୀର ସହରରେ ପଡୁନାହି । ଓଲଟା ଆହୁରି ଗୁଳୁଗୁଳି ସହ ଝାଞ୍ଜି ପବନ ମାଡ଼ ହେଉଛି ଯାହା ପାଇଁ ହନ୍ତସନ୍ତ ଜନସଧାରଣ । ରାଜ୍ୟର ପ୍ରାୟ ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଚି ।
ଅନ୍ୟମାନଙ୍କୁ ଜଣାନ୍ତୁ।