ପୁରୀ (ଏଏନ୍ଏସ୍): ମହାପ୍ରଭୁଙ୍କ ବନକଲାଗି ନୀତି ବାରକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ ଓ ଦତ୍ତସେବାୟତ । ପ୍ରଶାସନର ନିଦେ୍ର୍ଦଶ ପାଳନ ନ କଲେ ସେବାରୁ ସେବାୟତଙ୍କୁ ନିଲମ୍ବନ କରାଯିବାର ମଧ୍ୟ ନୋଟିସ୍ ହୋଇଥିଲା । ହେଲେ ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶକୁ ନ ମାନି ଦତ୍ତମହାପାତ୍ର ସେବାୟତ ନିଜ ଜିଦିରେ ଅଟଳ ରହିଥିଲେ । ବୁଧବାର ବଦଳରେ ଗୁରୁବାର ଠାକୁରଙ୍କ ବନକଲାଗି ନୀତି ପାଇଁ ଅନୁମତି ଦେବାକୁ କହିଥିଲେ । ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ରେ ବୁଧବାର ଓ ଗୁରୁବାର ଉଭୟ ଦିନରେ ବନକଲାଗି ନୀତି ହୋଇପାରିବ । ଯଦି କୌଣସି କାରଣରୁ ନୀତି ବୁଧବାର ହୋଇ ପାରିବନି ତେବେ ଏହାକୁ ଗୁକୁବାର କରାଯିବ । ବୁଧବାର ବନକଲାଗି ପାଇଁ ଆବଶ୍ୟର ସାମଗ୍ରୀ ନ ଥିବାରୁ ନୀତି ଲାଗି ପ୍ରସ୍ତୁତ ନ ଥିଲେ । ତେଣୁ ପ୍ରଶାସନ ଅନୁମତି ଦେଲେ ଆଜି ବନକଲାଗି ନାତି ଅନୁଷ୍ଠିତ ହେବ ।
ବନକଲାଗି ନୀତିକୁ ନେଇ ପ୍ରଶାସନ ଓ ଦତ୍ତମହାପାତ୍ର ଲେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଦତ୍ତସେବାୟତଙ୍କ ଏହି ପ୍ରସ୍ତାବକୁ ନେଇ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତା ଉପରେ ସମଙ୍କ ନଜର ରହିଛି ।