You are currently viewing ଆଖି ବୁଜିଲେ ଏସିଡ ପୀଡିତା ବନିତା

ଆଖି ବୁଜିଲେ ଏସିଡ ପୀଡିତା ବନିତା

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(୨୭.୨.୨୩) :   ଆଖି ବୁଜିଲେ ଏସିଡ ମାଡର ଶିକାର ହୋଇ ଚିକିତ୍ସାଧୀନ ଥିବା ବାଲେଶ୍ୱରର ବନିତା ସିଂ । ଗତକାଲି ସଂଧ୍ୟାରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି । ହେଲେ ଫେରାର ଥିବା ପୀଡ଼ିତାଙ୍କ ସ୍ୱାମୀକୁ ଏଯାଏ ଗିରଫ କରିବାରେ ସଫଳ ହୋଇପାରିନାହିଁ । ଗତ ୨୦ ତାରିଖ ସୋମବାର ଦ୍ୱି-ପ୍ରହର ସମୟରେ ସହଦେବଖୁଣ୍ଟା ଥାନା ଅଧୀନ ଭୀମପୁରା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା । କାର୍ତିକ ସିଂଙ୍କ ସାନଝିଅ ୨୦ ବର୍ଷୀୟା ବନିତା ଦେଢ଼ମାସ ପୂର୍ବରୁ ନୀଳଗିରି ଥାନା ନୟାପାଟଣା ଗାଁର ଚନ୍ଦନ କୁମାର ରଣାଙ୍କୁ ପ୍ରେମ ବିବାହ କରିଥିଲେ । ସେ ଗାଁ ଗାଁ ବୁଲି ସୁନାଗହଣା ବେପାର କରୁଥିବା ଜଣେ ବେପାରୀ । ତେବେ ବନିତା ତାଙ୍କୁ ବିବାହ କରିବେ ଜାଣିବାକୁ ପାଇଥିଲେ ଯେ ପୂର୍ବରୁ ତାଙ୍କ ସ୍ୱାମୀ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଯାହା ତାଙ୍କୁ ଲୁଚାଇଥିଲେ । ଏହାପରେ ଅସନ୍ତୋଷ ପ୍ରକାଶ କରି ବନିତା ଚନ୍ଦନଙ୍କ ପାଖରୁ ପଳାଇଯାଇ ବାଲେଶ୍ୱର ଭୀମପୁରାରେ ରହୁଥିବା ନିଜ ବଡ଼ଭଉଣୀ ବର୍ଷାଙ୍କ ଘରେ ରହୁଥିଲେ । ଏହାପରେ ଚନ୍ଦନ ୨୦ ତାରିଖ ଦିନ ଭୀମପୁରା ଗାଁକୁ ଆସିଥିଲେ ବର୍ଷାଙ୍କ ଘରକୁ । ଆଉ ବନିତାକୁ ନେବାକୁ ଜିଦ ଧରିିଥିଲେ । ଉଭୟଙ୍କ ମଧ୍ୟରେ ଏ ନେଇ କଳିଝଗଡ଼ା ଲାଗିବା ପରେ ଚନ୍ଦନ ସାଙ୍ଗରେ ଆଣିଥିବା ଏକ ଏସିଡ ବୋତଲ ତାଙ୍କ ଉପରେ ଫିଙ୍ଗିଥିଲେ । ବନିତା ଯନ୍ତ୍ରଣାରେ ଚିତ୍କାର କରିବା ପରେ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ ବଡ଼ଭଉଣୀ ବର୍ଷା । ହେଲେ ସେ ବି ଏସିଡ ମାଡରୁ ବର୍ତ୍ତି ପାରିନଥିଲେ । ଏପରିକି ତାଙ୍କ ୨ ଛୋଟ ପୁଅ ଓ ଝିଅ ଏସିଡ୍ ମାଡ଼ର ଶିକାର ହୋଇଥିଲେ । ସମସ୍ତଙ୍କ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ବନିତା ଗୁରୁତର ଥିବାରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।