ବି.ଓ.ବି.ର କାର୍ଯ୍ୟନିର୍ବାହୀ ଅଧିକାରୀ ହେଲେ ବଲାଙ୍ଗୀରର ଦେବଦତ୍ତ ଚାନ୍ଦ

ଭୁବନେଶ୍ବର, ଓଡିଶାର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ବଲାଙ୍ଗୀର ସହରରେ ଜନ୍ମଗ୍ରହଣ କରିଥିଲେ ଚାନ୍ଦ । ସେ ଭୁବନେଶ୍ବରସ୍ଥିତ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜର ପୁରୁଣା ଆଲୁମିନି । ଏତଦବ୍ୟତୀତ ସେ ଭାରତର କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ ସହିତ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସୂଚନା ଅନୁସାରେ, ସେ ଆଗରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମୁମ୍ବାଇର ମୁଖ୍ୟ ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରିସାରିଛନ୍ତି । ତେବେ ଚାନ୍ଦ ନିଯୁକ୍ତି ପରଠାରୁ 3 ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ ।

Leave A Reply

Your email address will not be published.