You are currently viewing ଯୋଗାଭ୍ୟାସର ସଫଳ ମନ୍ତ୍ର ସମ୍ପର୍କରେ ଜାଣନ୍ତୁ…

ଯୋଗାଭ୍ୟାସର ସଫଳ ମନ୍ତ୍ର ସମ୍ପର୍କରେ ଜାଣନ୍ତୁ…

ଆଜମଗଡ଼, (ବନ୍ଦିତା ପଟ୍ଟନାୟକ): ନାସିକାର ଦୁଇପୁଡ଼ା ଦ୍ଵାରା ନିଜର ଶକ୍ତି ମୁତାବକ ଧୀରେ ଧୀରେ ଲମ୍ବା ପ୍ରଶ୍ୱାସ ନେଇ ଫୁସଫୁସ ଭରନ୍ତୁ ଏବଂ ପୁଣି ଧୀରେ ଧୀରେ ଯଥାଶକ୍ତି ନିଶ୍ୱାସ ଛାଡ଼ନ୍ତୁ । ଏହା ୪ରୁ୫ ସେକେଣ୍ଡରେ ସମ୍ପୂର୍ଣ୍ଣ କରନ୍ତୁ । ଅତିକମ୍ ରେ ୫ମିନିଟ ପର୍ଯ୍ୟନ୍ତ ଏହି କ୍ରିୟା କରନ୍ତୁ ।

୧. ଥଣ୍ଡା,ସର୍ଦ୍ଦି,ଏଲର୍ଜି,ଶ୍ୱାସରୁଗ ସହିତ ସମସ୍ତ କଫ ରୋଗ ଆରୋଗ୍ୟ ହୁଏ ।

୨. ଫୁସଫୁସ ସରଳ ହେବା ସହିତ ଶୁଦ୍ଧ ପ୍ରାଣବାୟୁ ଦ୍ଵାରା ହୃଦୟ ତଥା ମସ୍ତିଷ୍କର ସମସ୍ତ ରୋଗ ଆରୋଗ୍ୟ ହୁଏ ।

୩. ଥାଇରେଡ଼ ଓ ଟନସିଲାଇଟିସ ଆଦି ଗଳାରୋଗ ଭଲ ହେବ ।

୪. ତ୍ରିଦୋଷ (ବାତ, ପିତ, କଫ) ସମ ଅବସ୍ଥାକୁ ଆସିବା ସହିତ ରକ୍ତ ଶୁଦ୍ଧ ହୋଇଥାଏ ।

୫. ପଞ୍ଚପ୍ରାଣର ପୋଷଣ ହୁଏ । ପ୍ରାଣ ଓ ମନ ସ୍ଥିର ହୋଇଥାଏ । କୁଣ୍ଡଳିନୀ ଜାଗରଣ ରେ ସହାୟକ ହୋଇଥାଏ।

ବିଦ୍ର: ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ବା ହୃଦରୋଗ ଅଛି , ସେମାନେ ଅତି ତୀବ୍ର ଗତିରେ ଭସ୍ତ୍ରୀକା ପ୍ରାଣାୟମ କରିବା ଉଚିତ୍ ନୁହେଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।