ଭୁବନେଶ୍ୱର(ଏଏନଏସ)୧୩/୧୦, ଓଡିଶା ଡିଜିଟାଲ ମିଡିଆ ଆେସୋସିଏସନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଭୁବନେଶ୍ୱର ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ଶେଷ ହୋଇଛି । ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଏହି ବୈଠକ ବସି ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁକାନ୍ତ କୁମାର ମହାନ୍ତି ସଭାପତି, ସୁନାକର ଦାସ ସାଧାରଣ ସମ୍ପାଦକ, ନୀହାର ରଞ୍ଜନ ପଣ୍ଡା ସମ୍ପାଦକ, ନିରଞ୍ଜନ ସ୍ୱାଇଁ ଉପସଭାପତି, ଶୁଭେନ୍ଦୁ କାନୁନଗୋ କୋଷାଧ୍ୟକ୍ଷ, ନିରୋଧ ମହାପାତ୍ର, ସନ୍ତୋଷ ବେହେରା ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ବୈଠକରେ ବିଭିିନ୍ନ ଡିଜିଟାଲ ମିଡିଆ ଓ ପ୍ରିଣ୍ଟ ମିଡିଆରେ କାର୍ଯ୍ୟରତ ୬୦ରୁ ଅଧିକ ସାମ୍ବାଦିକ ମାନେ ଯୋଗ ଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର ବରିଷ୍ଠ ସାମ୍ବାଦିକ ମାନଙ୍କୁ ନେଇ ଏକ କୋର କମିଟି ଗଠନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଐହି ଅବସରରେ ନୂତନ ସଭ୍ୟ ମାନଙ୍କୁ ସଂଘରେ ଗ୍ରହଣ କରାଯାଇ ସମ୍ବର୍ଦ୍ଦନା ଦିଆଯାଇଥିଲା । ସଂଘର ପରବର୍ତ୍ତୀ ବୈଠକ ଡିସେମ୍ବର ୭ ତାରିଖରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କର୍ମକର୍ତ୍ତା ମାନଙ୍କର ଏକ ତାଲିକା ରାଜ୍ୟ ସଂଘକୁ ସ୍ୱୀକୃତି ପାଇଁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଓଡିଶା ଡିଜିଟାଲ ମିଡିଆ ଆସୋସିଏସନ ହେଉଛି ରାଜ୍ୟ ଶ୍ରମ ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏକ ସାମ୍ବାଦିକ ସଂଗଠନ ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ