ଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନ

ରାଉରକେଲା (ଏ ଏନ୍ ଏସ)୧୭/୦୮,  ବେପରୁଆ ଗାଡି ଚାଳନାର କରୁଣ ପରିଣତି । ବାର୍ଦ୍ଧକ୍ୟ ଭତ୍ତା ନେଇ ଫେରୁଥିବାବେଳେ ପିଟି ଦେଲା କାର୍ । ଫଳରେ ବୃଦ୍ଧା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ରାଉରେକଲା ରିଙ୍ଗ ରୋଡ ସରଣା ଛକରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତେବେ ମୃତ ବ୍ୟକ୍ତି ଜଣଙ୍କ ପ୍ଲାଣ୍ଟସାଇଟ ରୋଡରେ ରହୁଥିବା ହରେକୃଷ୍ଣ ଦାସ ବୋଲି ଜଣାପଡିଛି ।

 ବୃଦ୍ଧ ଜଣକ ଫୁଟ ପାଥରେ ଚାଲି ଚାଲି ଯାଉଥିବା ବେଳେ କାର୍ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇ ତାଙ୍କ ଉପରେ ଚଢାଇ ଦେଇଥିଲେ । ଘଟଣାସ୍ଥଳରେ ଉକ୍ତ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା । ଧକ୍କା ମାରିଥିବା ଲାଲ ରଙ୍ଗର ବଲେନୋ କାରଟି ଚଳାଉଥିବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି ।

ରାଉରକେଲା ସହରରେ କିଛିଦିନ ହେଲା ବହୁ ନାବାଳକ କାର୍ ଚଳାଇବା ଦେଖାଯାଉଛି । ଯାହାଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

3 × two =