ଭବାନୀଶଙ୍କର ପାଇଲେ ଆମ୍ବାସଡର ଅଫ ପିସ୍ ପୁରସ୍କାର

ଭୁବନେଶ୍ୱର, ସାହିତ୍ୟ ପତ୍ରିକା ‘ମହୁରୀ’ର ମୁଖ୍ୟ ସମ୍ପାଦକ ଭବାନୀଶଙ୍କର ନିଆଲ ଇଣ୍ଟରନାସନାଲ ଆମ୍ବାସଡର ଅଫ ପିସ୍ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ନିଆଲଙ୍କ ଦ୍ୱାରା ଅନୁବାଦିତ ଏହି କବିତା ଅତୀତରେ ୟୁରୋପ ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଇଟାଲୀ ଭାଷାର ଏହି କବିତା ଥିଲା । ବିଶ୍ୱରେ ସାମାଜିକ, ଆର୍ଥିକ, ରାଜନୈତିକ , ସହିଷ୍ଣୁତା, ଶିକ୍ଷାଏବଂ ଭାତୃତ୍ୱଭାବ ତଥା ଶାନ୍ତି ସ୍ଥାପନା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି ବୋଲି ଡବ୍ଲୁଏଲଏଫପିଏଚ୍ ର ସଭାପତି ଓ ପ୍ରତିଷ୍ଠାତା ଏଚଇ ଡୁକେ ଓ ସନ୍ତୋଷ କୁମାର ବିଶ୍ୱ ଘୋଷଣା କରିଛନ୍ତି । ୟୁରୋପୀୟ କବି ଇମାନୁଏଲା ରିଜୋ, ଏଲିସିଓ ଜାନିଚେଲି, ଲୁକା ଏରାନିଓ ଓ ମହମ୍ମଦ ସାନଜା ଅଭିନନ୍ଦନ ଜଣାଇଛନ୍ତି । ଏହାସହ ସାଂସଦ ସସ୍ମିତ ପାତ୍ର, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଦି ଅନେକ କବି ଓ ଶୁଭେଚ୍ଛୁ ନିଆଲଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.