ଭିଜିଲାନ୍ସ ଜାଲରେ ଜୁନିଅର କ୍ଲର୍କ

କେନ୍ଦୁଝର (ଏ ଏନ୍ ଏସ)୧୧/୧୦,କେନ୍ଦୁଝର ବାଁଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁ ଭିଜିଲାନ୍ସ ଜାଲରେ ।ଗଙ୍ଗାଧରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ୫ ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ୩ ଡ଼ିଏସପି, ୫ ଇନିସ୍ପେକ୍ଟର, ୨ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଏହି ଚଢ଼ାଉ। ତେଲକୋଇରେ ଥିବା ସମ୍ପର୍କୀୟଙ୍କ ଘରେ ସମେତ ତେଲକୋଇ ତଳପଡାରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ବାଁଶପାଳ ବିଇଓ ଅଫିସରେ ମଧ୍ୟ ଭିଜିଲାନ୍ସ ରେଡ୍ କରିଛି।

କେନ୍ଦୁଝର ଜେଲ ରୋଡ଼ରେ ଥିବା ସରକାରୀ କ୍ୱାଟରରେ ଚାଲିଛି ଚଢ଼ାଉ। କେନ୍ଦୁଝର ସହରରେ ଥିବା ତିନି ମହଲା ଘରେ ମଧ୍ଯ ଚଢ଼ାଉ ଚାଲିଛି ।

Leave A Reply

Your email address will not be published.