You are currently viewing ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୦/୧୦, ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌। ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ। କଟକ ସିଡିଏ ସେକ୍ଟର ୭ରେ ଥିବା ୩ ମହଲା ଘର, ସାଲେପୁର ଚମ୍ପତିପାଟଣାସ୍ଥିତ ଘର, ଜଟଣୀ କଣ୍ଟିଲୋ ସୃଷ୍ଟି ପ୍ଲାଜାରେ ଥିବା ପ୍ଲାଟ ଓ କୁଜଙ୍ଗ ଗଣ୍ଡିକିପୁର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ଚଢାଉ। ଭୁନେଶ୍ୱର ଜନସ୍ୱାସ୍ଥ୍ୟ ଡିଭିଜନ୍‌-୧ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ଚାଲିଛି। ୩ଜଣ DSP, ୧୧ ଜଣ ଇନ୍ସପେକ୍ଟର, ୨ଜଣ ସବ୍‌ ଇନ୍ସପେକ୍ଟର, ୫ ASI ଚଢାଉରେ ସାମିଲ ଅଛନ୍ତି। ମାନସ ରଞ୍ଜନଙ୍କ ବାସଭଭନ ସମେତ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ୍‌।

ଅନ୍ୟମାନଙ୍କୁ ଜଣାନ୍ତୁ।