You are currently viewing କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ଆଇଡ଼ି ମାର୍କେଟ ସିଲ

କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ଆଇଡ଼ି ମାର୍କେଟ ସିଲ

ଭୁବନେଶ୍ୱର-୩୦.୦୪.୨୦୨୧, ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଉଛନ୍ତି । ଦୈନିକ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ଏଭଳି ସଙ୍ଗୀନ ମୁୁୁୁୁୁୁୁୁୁୁୁହୂର୍ତ୍ତରେ ନିୟମ ମାନୁନାହାନ୍ତି ଲୋକେ । ମାର୍କେଟରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । କୋଭିଡ କଟକଣା ଉଲଘଂନ ଅଭିଯୋଗରେ ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ କଲା ବିଏମସି । ତେବେ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ରହୁଥିବାରୁ ମାର୍କେଟ ସୋମବାର ଖୋଲିବ ବୋଲି ଜଣାପଡିଛି ।
ଏହାବ୍ୟତୀତ କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଡମଣା ହାଟ ସିଲ୍ କରିଛି ବିଏମସି। ଆସନ୍ତା ୪୮ ଘଣ୍ଟା ଯାଏ ବିଏମସି ପକ୍ଷରୁ ଏହି କଟକଣା ଲଗାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।