ଭୁବନେଶ୍ୱର-ପୁନେ ବିମାନସେବା ଆରମ୍ଭ

ଭୁବନେଶ୍ୱର, ଆଜି ରାଜଧାନୀ ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ଆରମ୍ଭ ହୋଇଛି ବିମାନ ସେବା । ଏହା ସପ୍ତାହକୁ ଶନିବାର ବ୍ୟତୀତ ବାକି ୬ଦିନ ସେବା ଯୋଗାଇ ଦେବ । ଏୟାର ଏସିଆ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫୦ରୁ ଛାଡି ପୁଣେରେ ଅପରାହ୍ନ ୩ଟା ୫୫ରେ ପହଞ୍ଚିବ।  ପୁଣେଠାରୁ ଅପରାହ୍ନ ୪ଟା ୩୫ରେ ଛାଡି ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୪୦ରେ ପହଞ୍ଚିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱର ବିମାନବନ୍ଦରରେ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି। 

Leave A Reply

Your email address will not be published.