You are currently viewing ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଆସନ୍ତା ୨୪ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶାକର୍ମୀ

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଆସନ୍ତା ୨୪ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶାକର୍ମୀ

ଭୁବନେଶ୍ୱର -୧୭.୦୫.୨୦୨୧, ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗାଁ ମୁହାଁ ହେଉଛି ସଂକ୍ରମଣ। କରୋନା ମହାମାରୀ ମୁକାବିଲା ନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟଷତାରେ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୪ରୁ ଘରକୁ ଘର ବୁଲି ସାରା ରାଜ୍ୟରେ ସ୍ବାସ୍ଥ୍ୟ ସେବା ଯାଞ୍ଚ କରିବେ ଆଶା କର୍ମୀ ଓ ANM । ଆସନ୍ତା 3 ମାସ ପର୍ଯ୍ୟନ୍ତ ଏହି ସର୍ଭେ ଜାରି ରହିବ । ପ୍ରୋତ୍ସାହନ ରାଶି ଭାବେ ସେମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ ।
ଗୃହ ସଙ୍ଗରୋଧ ଦାୟିତ୍ବରେ ଥିବା ଆଶାକର୍ମୀଙ୍କୁ ଏକକାଳୀନ ୧୦ହଜାର ଟଙ୍କା ମିଳିବ । ସାଇକେଲ, ଚପଲ, ଛତା, କପବୋର୍ଡ ଆଦି ପାଇଁ ମଧ୍ୟ ସହାୟତା ଦିଆଯିବ ।
ଗାଁ କଲ୍ୟାଣ ସମିତି କୋଭିଡ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଥିପାଇଁ ସେମାନଙ୍କୁ ୧୦ ହଜାର ଟଙ୍କା ସହାୟତା ଦିଆଯିବ ।ଏହା ସହ ଗାଁରେ କରୋନା ପରିସ୍ଥିତିକୁ ଦେଖି ଲକ୍‌ଡାଉନ ଓ TMC ସମ୍ପର୍କରେ ନିଷ୍ପତ୍ତି ନେବେ ସରପଞ୍ଚ ।

ଏହା ସହ ସେ ଆହୁରି ଘୋଷଣା କରିଛନ୍ତି ଯେ, କରୋନାରେ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ । ମୃତକଙ୍କ ପତ୍ନୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ । ଏହା ସହ ବାପା, ମାଆଙ୍କୁ ହରାଇଥିବା ପିଲାଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ ଏବଂ ସେମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।