ସମ୍ବଲପୁର, ହୀରାକୁଦ ଜଳଭଣ୍ଡାରେ ଆଜି ଏକ ବିଶାଳ ମାଛ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେଠାକାର ମତ୍ସ୍ୟଜୀବୀମାନେ ମାଛ ଧରି ଫେରୁଥିବାବେଳେ, ପ୍ରଥମେ ମାଛଟିକୁ ଦେଖିଥିଲେ । ସଙ୍ଗେସଙ୍ଗେ ସେମାନେ ନିକଟସ୍ଥ ସ୍ଥାନୀୟ ଅଥରିଟିଙ୍କୁ ଫୋନ କରି ଜଣାଇଥିଲେ । ଧିରେ ଧିରେ ମାଛଟି ପାଣି ଭିତରକୁ ଚାଲିଯାଉଥିବାର ଦେଖି, ମତ୍ସ୍ୟଜୀବୀମାନେ ତା’ର ଭିଡ଼ିଓ ଉତ୍ତଳନ କରିଥିଲେ । ଏଭଳି ମାଛ ସେମାନେ ହୀରାକୁଦ ଜଳଭଣ୍ଡାରରେ ଆଗରୁ କେବେ ଦେଖିନଥିବା କହିଛନ୍ତି । ପ୍ରାୟ ୧୦ କୁଇଣ୍ଟାଲରୁ ଅଧିକ ମାଛର ଓଜନ ହେବ ବୋଲି ଅନୁମାନ କରୁଛନ୍ତି ମତ୍ସ୍ୟଜୀବୀ । ତେବେ ଏହି ମାଛଟି ଆସିଲା କେଉଁଠୁ ଏବଂ ଏହା କେଉଁ ପ୍ରଜାତିର ବୋଲି ମତ୍ସ୍ୟଜୀବୀ ବିଭାଗ ତଦନ୍ତ କରୁଛି ।
ହୀରାକୁଦ ଜଳଭଣ୍ଡାରରେ ବିଶାଳ ମାଛ
- Post published:August 11, 2020
- Post category:ଓଡିଶା
- Reading time:1 mins read