ଵାଲୁ ଗାଁ- ଶୀତର ଆଗମନରେ ଚିଲିକା ହୋଇ ଉଠିଛି ଚଳଚଞ୍ଚଳ। ବିଦେଶାଗତ ପକ୍ଷୀ ମାନଙ୍କର ଲାଗିଛି ଭିଡ ।ଚଳିତ ବର୍ଷ ଜାନୁଆରୀ ୫ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀଗଣନା । ଏଥିପାଇଁ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । କରୋନା ଯୋଗୁଁ ଚଳିତ ବର୍ଷ ପକ୍ଷୀ ଗଣନାରେ କମ୍ ଲୋକ ସାମିଲ ହେବେ ।ଭାଗ ନେବାକୁ ଥିବା କର୍ମଚାରୀମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରାଯାଉଛି ।ନିୟମିତ ବ୍ୟବଧାନରେ ସେମାନେ କିପରି ସାନିଟାଇଜ୍ ହୋଇ ପକ୍ଷୀ ଗଣନା କାମରେ ସାମିଲ ହେବେ ସେଥିପ୍ରତି ବିଭାଗ ନଜର ରଖିବ । ଚଳିତ ବର୍ଷ ୨୦ଟି ୟୁନିଟରେ ହେବ ପକ୍ଷୀ ଗଣନା କାମ । ପ୍ରତି ୟୁନିଟରେ ୪ ଜଣ ଲେଖାଏଁ କର୍ମଚାରୀ ରହି ଏହି କାମ କରିବେ ।ଟାଙ୍ଗୀ ରେଞ୍ଜରେ ୮ଟି ୟୁନିଟ୍, ବାଲୁଗାଁ ରେଞ୍ଜରେ ୬ଟି ୟୁନିଟ୍, ରମ୍ଭାରେ ଗୋଟିଏ ଚିଲିକାରେ ଗୋଟିଏ ଓ ସାତପଡ଼ାରେ ୨ଟି ୟୁନିଟ୍ କରାଯିବ ।
ସୂଚନା ଅନୁସାରେ ଜାନୁଆରୀ ୫ ତାରିଖ ସକାଳ ୬ରୁ ଦିନ ୧୧ ଟା ଯାଏଁ ଏହି କାମ ଚାଲିବ । ଏଥିପାଇଁ ଜାନୁଆରୀ ୪ ତାରିଖ ଅଭିଜ୍ଞ ବିଶେଷଜ୍ଞଙ୍କ ଦ୍ୱାରା ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଅତିରିକ୍ତ ମୁଖ୍ୟ ବନ୍ୟ ସଂରକ୍ଷକ ଶରତ ମିଶ୍ର ସୂଚନା ଦେଇଛନ୍ତି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ