ଭୁବନେଶ୍ୱର, ଆଜି ରାଜଧାନୀ ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡିଶାର ରାଜଧାନୀ ଭାବେ ଭୁବନେଶ୍ୱରକୁ ମାନ୍ୟତା ମିଳିଥିଲା । ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ହରେକୃଷ୍ଣ ମହତାବ ପ୍ରସ୍ତାବ ଦେଇଥିଲେ । ଭୁବନେଶ୍ୱର ସାରାବିଶ୍ୱରେ ମନ୍ଦିରମାଳିନୀ ସହର ଭାବେ ପରିଚିତ । ଐତିହ୍ୟ ଏବଂ କିର୍ତ୍ତୀରାଜିରେ ଭରା ଏହି ସହର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟିି କରିଛି ।
୭୩ତମ ପ୍ରତିଷ୍ଠା ଦିବସ ଅବସରରେ ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ମାଲ୍ୟାର୍ପଣ କରିଛନ୍ତି।