ଭୁବନେଶ୍ୱର: ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସରିଲା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ | ୯ଟି ବିଭିନ୍ନ ପ୍ରସ୍ତବାକୁ ଅନୁମୋଦନ ଦେବା ସହ ଦଳୀୟ ସମ୍ବିଧାନକୁ ସଂଶୋଧନ କରିଛନ୍ତି ସଭାପତି | ଦଳୀୟ କାର୍ଯ୍ୟକୁ ଠିକ ଭାବରେ ତୁଲାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ସମସ୍ତ ନେତା |
ଏହି କାର୍ଯ୍ୟକାରିଣୀ ବୈଠକରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ, କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଛି, ତଥାପି ଏ ସବୁ ସତ୍ତ୍ୱେ ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ମହାବାତ୍ୟାରୁ ମହାମାରୀ ଯାଏ ସବୁ ବାଧାକୁ ଆମେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୁକାବିଲା କରିପାରିଛୁ | ମହିଳା ସଶକ୍ତିକରଣ ପାଇଁ ରାଜନୈତିକ ପ୍ରସ୍ତାବ ଦିଆଯିବ ସହ ପଞ୍ଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି ଏବଂ ବିଧାନସଭା ଓ ସଂସଦରେ ୩୩% ମହିଳା ସଂରକ୍ଷଣ ପାଇଁ ଦାବି ହୋଇଛି । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରସ୍ତାବ ଦିଆଯିବ ସହ ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା, ଓ ଓଡ଼ିଶା ବରପୁତ୍ରମାନଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯିବ ସହ ସେମାନଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ଦେବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ଦାବି ହୋଇଛି | କୃଷି ହେଉଛି ଓଡ଼ିଶାର ସଂସ୍କୃତି ଓ ଓଡ଼ିଆଙ୍କର ମୂଳ ଭିତ୍ତି | ଯୁବ ପିଢିଙ୍କୁ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ପ୍ରୋତ୍ସାହନ ଯୋଗାଉଛନ୍ତି ବୋଲି କାର୍ଯ୍ୟକାରିଣୀ ବୈଠକରେ କୁହାଯାଇଛି |
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ