ଭୁବନେଶ୍ୱର-୧୯.୦୪.୨୦୨୧, ପିପିଲି ଉପନିର୍ବାଚନ ପାଇଁ ଆଉ ପ୍ରଚାର କରିବନି ବିଜୁ ଜନତା ଦଳ । ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ ଟ୍ୱିଟ କରି କହିଛନ୍ତି ଯେ, ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତେ ମୋ ପରିବାର ସଦସ୍ୟ, ବର୍ତ୍ତମାନର କରୋନା ପରିସ୍ଥିତିକୁ ଦେଖି ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ କୌଣସି ସମାବେଶ ଓ ଶୋଭାଯାତ୍ରା କରିବନି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳ ଏକ ଦାୟିତ୍ୱପୂର୍ଣ୍ଣ ଦଳ ତେଣୁ ଏହା କୌଣସି ବ୍ୟକ୍ତିର ଜୀବନକୁ ବିପଦରେ ପକାଇବ ନାହିଁ । ଆମେ ଲୋକମାନଙ୍କ ସେବା କରିବା ପାଇଁ ନିର୍ବାଚନରେ ଛିଡା ହେଉଛୁ । ଯଦି ଏହି ଶୋଭାଯାତ୍ରା ଜୀବନ ପ୍ରତି ବିପଦ ଆଣୁଛି ତେବେ ମୁଁ ରାଜନୈତିକ ଦଳଗୁଡିକୁ ନିବେଦନ କରିବି ଏବଂ ପ୍ରଚାରର ଅବଧି ଏବଂ ପଦ୍ଧତିର ପୁନର୍ବିଚାର କରିବା ପାଇଁ ।