ପୁରୀ(ଅନନ୍ତ ସିଂ), ପୁରୀ ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଲା । ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ରକ୍ତଛିଟା ଦେଖିବାକୁ ମିଳିଲେ ମହାପ୍ରଭୁଙ୍କର ମହାସ୍ନାନ ସମ୍ପନ୍ନ ହୋଇଥାଏ । ସେଥିଲାଗି ଶନିବାର ଶ୍ରୀମନ୍ଦିରରେ ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କେମିତି ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା ପଡିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ସେ ନେଇ ଅଧିକ ଖୋଳତାଡ ଜାରି ରହିଛି ।