ବିଏମ୍‌ସି ଜାରି କଲା ଟୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର, ଭୁବନେଶ୍ୱର ମହାନଗର ନିଗମରେ ଖୁବଶିଘ୍ର ଲାଗୁ ହେବ ସଫାଇ ମିତ୍ର କାର୍ଯ୍ୟକ୍ରମ । ଗତ ନଭେମ୍ବର ୧୯ରୁ ସାରା ଦେଶରେ ସଫାଇ ମିତ୍ର କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଥିଲା । ଏନେଇ ଶନିବାର ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧରୀ ଏକ ଦେୟମୁକ୍ତ ୨୪ ଘଣ୍ଟିଆ ଫୋନ୍‌ସେବା-ନମ୍ବର ୧୪୪୨୦ ଜାରି କରିଛନ୍ତି । ତେବେ ସଫେଇ ସମ୍ପର୍କିତ ସମସ୍ୟା ପାଇଁ ଏହି ନମ୍ବରରେ କଲ କରି ପାରିବେ | ।ଏହି ନମ୍ବରରେ ଫୋନ କରି ସଫେଇ ସମ୍ପର୍କିତ ସମସ୍ତ ସମସ୍ୟା ଜଣାଇଲେ ମହାନଗର ନିଗମ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ |
ତେବେ ସହରରେ ଥିବା ସେପ୍ଟିକ୍‌ ଟାଙ୍କି ଏବଂ ସ୍ୱେରେଜ୍‌ ଲାଇନ୍‌ର ସୁରକ୍ଷିତ ସଫେଇକୁ ପ୍ରୋତ୍ସାହନ କରିବା ଏବଂ ସଫେଇ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ନାଗରିକମାନେ ଉକ୍ତ ଟୋଲ୍‌ ଫ୍ରି ନମ୍ବରରେ ଯୋଗଯୋଗ କରିବା ପାଇଁ ମହାନଗର ନିଗମ ପକ୍ଷରୁ ନିବେଦନ କରାଯାଇଛି । ବିଶେଷ କରି ବସ୍ତିବାସିନ୍ଦାଙ୍କ ପରିମଳ ତଥା ମଳ ପରିଚଳନାରେ ଉନ୍ନତି ଆଣିବା ପାଇଁ ନିଗମ ଦ୍ୱାରା ସ୍ୱତନ୍ତ୍ର ରିହାତି ସେସ୍‌ପୁଲ୍‌ ସେବା ଯୋଗାଇ ଦିଆଯାଉଛି ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଏଥିସହିତ ଏହି ଟୋଲ୍‌ ଫ୍ରି ନମ୍ବର ସହ ଭୁବନେଶ୍ୱର ମହାନଗର ନିଗମର ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ସହିତ ଲିଙ୍କ୍‌ କରା ଯାଇଅଛି । ଏହାଦ୍ୱାରା ସୂଚନା ପ୍ରଦାନ, ଅହରାତ୍ର ଟୋଲ୍‌ ଫ୍ରି ସେବା ଉପଲବ୍ଧ, ରିଅଲ୍‌ ଟାଇମ୍‌ ବା ନିର୍ଦ୍ଧିଷ୍ଟ ସମୟରେ କେତେ ଅଭିଯୋଗ ଏବଂ କେତେ ସମାଧାନ ହୋଇଛି ସେ ସମ୍ବନ୍ଧୀୟ ତଥ୍ୟ ପାଇ ପାରିବେ ।

Leave A Reply

Your email address will not be published.