ଭୁବନେଶ୍ୱର, ଆଜି ରାଜ୍ୟର ୧୬୧ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣର ଶୁଭାରମ୍ଭ ହୋଇଛି । କେନ୍ଦ୍ରସରକାରଙ୍କ ଗାଇଡ଼ଲାଇନ ଅନୁସାରେ କରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯାଇଛି । ଟିକାକରଣ ନେଇ ବିଏମ୍ସି କମିଶନର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଟିକା ନେଇଥିବା ସମସ୍ତ ବ୍ୟକ୍ତି ଭଲ ଅଛନ୍ତି । ଏ ପର୍ଯ୍ୟନ୍ତ କାହାଠାରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖା ଯାଇନାହିଁ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ବିଏମ୍ସି ପ୍ରସ୍ତୁତ ରହିଛି ।