You are currently viewing ପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସି

ପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ)୨୨/୦୩, ପୋଷା କୁକୁରଙ୍କ ପାଇଁ ବିଏମସି ଆଣିବ ଆଇନ । ଚିଠା ପ୍ରସ୍ତାବ ଉପରେ କର୍ପୋରେଟରଙ୍କଠାରୁ ମଗାଯାଇଥିବା ଆପତି ଓ ପରାମର୍ଶ ଆସିବା ପରେ ସ୍ୱତନ୍ତ୍ର ବୈଠକରେ ଆଲୋଚନା ହୋଇଛି । ୫୩ଟି ଆପତ୍ତି ଓ ପରାମର୍ଶ ଉପରେ ତର୍ଜମା କରାଯିବା ପରେ ଦୁଇଟି ନିୟମକୁ ବଦଳାଯାଇଛି । କୁକୁରଙ୍କ ପାଇଁ ଇନସ୍ୟୁରାନ୍ସ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି । ଏହା ସହ କୁକୁର ମାଲିକ ଚାହିଁଲେ ଦୁଇରୁ ଅଧିକ କୁକୁର ରଖିପାରିବେ । ଚିଠା ପ୍ରସ୍ତାବ ଚୂଡାନ୍ତ ହୋଇଥିବାରୁ ଆସନ୍ତା କର୍ପୋରେସନ୍ ବୈଠକରେ ମାର୍ଗଦର୍ଶିକା ଗୃହୀତ ହେବ ବୋଲି ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।