You are currently viewing ବୋଲବମ୍ ଭକ୍ତଙ୍କ ହାତରେ ମଦ ବୋତଲ

ବୋଲବମ୍ ଭକ୍ତଙ୍କ ହାତରେ ମଦ ବୋତଲ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୮/୦୭, ଏ ପୁଣି କି ପ୍ରକାର ଭକ୍ତି ମଦ ଦୋକାନରୁ ବାହାରିଲେ ବୋଲବମ୍ ଭକ୍ତ । ଜଣେ ବୋଲବମ୍ ଭକ୍ତ ପୁରୀ କୁମ୍ଭାରପଡ଼ା ଛକ ପାଖରେ ଥିବା ମଦ ଦୋକାନରୁ ମଦ କିଣି ନେଇଛନ୍ତି । ହାତରେ ମଦ ବୋତଲ ଧରି ବୋଲବମ୍ ଭକ୍ତ ଜଣକ ରାସ୍ତା ପାର୍ ହେବା ପରେ ତାଙ୍କ ସହ ଆଉ କିଛି ବୋଲବମ୍ ଭକ୍ତଙ୍କୁ ଦେଖିବାକୁ ମିଳିଛି । ବିଶ୍ବାସ ରହିଛି ଶ୍ରାବଣ ମାସରେ ମହାଦେବଙ୍କ ବ୍ରତଧାରୀ ସମ୍ପୂର୍ଣ୍ଣ ନିଷ୍ଠାର ସହ ବୋଲବମ୍‌ ଯାତ୍ରା କରି ଶିବଲିଙ୍ଗରେ ଜଳ ଚଢ଼ାଇଥାନ୍ତି ।

କିନ୍ତୁ ଏହି ବୋଲବମ୍ ଭକ୍ତଙ୍କ ନିଷ୍ଠା ତ ଦୂରର କଥା ଏଭଳି ପବିତ୍ର ଦିନରେ ମଦ୍ୟପାନ କରୁଛନ୍ତି । ଏହାଦ୍ବାରା ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଛି । ଏହାକୁ ସଭିଏଁ ନାପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ପରେ ଶ୍ରଦ୍ଧାଳୁଙ୍କ ମନରେ ଉଦବେଗ ପ୍ରକାଶ ପାଇଛି

ଅନ୍ୟମାନଙ୍କୁ ଜଣାନ୍ତୁ।