ପୌରାଧ୍ୟକ୍ଷାଙ୍କ ଘର ଆଗରେ ବୋମାମାଡ଼

ଢେଙ୍କାନାଳ(ଏଏନଏସ)୧୦/୦୪, ରାଜ୍ୟରେ ପୌର ନିର୍ବାଚନ ସମାପ୍ତ ହୋଇଥିଲେ ହେଁ ଏବେ ବିଭିନ୍ନ ସ୍ଥାନରେ ରାଜେନତିକ ହିଂସା ଏବେ ବି ଜାରି ରହିଛି । ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ବାହାରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି ।ଗତ ବିଳମ୍ବିତ ରାତିରେ ବୋମା ମାଡ଼ କରି ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି । ଏହି ବୋମାମାଡ଼ରେ ଜୟନ୍ତୀଙ୍କ ଘର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏନେଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

1 × two =