You are currently viewing ୧୦ ଏପ୍ରିଲରୁ ୧୮+ଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

୧୦ ଏପ୍ରିଲରୁ ୧୮+ଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ- ୦୮/୦୪, ଏପ୍ରିଲ ୧୦ ତାରିଖ ଠାରୁ ସମସ୍ତଙ୍କୁ ଦିଆଯିବ ବିଷ୍ଟର ଡୋଜ୍ । ଘରୋଇ ଟିକାକରଣ କେନ୍ଦ୍ରରେ ମିଳିପାରିବ ବୁଷ୍ଟର ଡୋଜ୍ । ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ପାଇଁ କୋଭିଡ ଟିକାର ୩ୟ ଖୁରାକ୍ ଅର୍ଥାତ ବୁଷ୍ଟର ଡୋଜ ଦିଆଯିବ । ଶୁକ୍ରବାର କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ୧୮ ବର୍ଷରୁ ଅଧିକ ବୟସର ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇସାରିଛନ୍ତି ଏବଂ ଟିକା ନେବାର ଅବଧି ୯ ମାସ ମଧ୍ୟ ପୂରା ହୋଇସାରିଛି, ସେମାନେ ବୁଷ୍ଟର ଡୋଜ୍ ନେଇପାରିବେ ।
ସୂଚନାମୁତାବକ, ଏପର୍ୟ୍ୟନ୍ତ ଦେଶରେ ସବୁ ୧୫+ ଉଦ୍ଧ୍ୱର୍ ୯୬% ଙ୍କୁ ପ୍ରଥମ ଡୋଜ ନେଇସାରିଛନ୍ତି । ସେହିପରି ୧୫+ ଗ୍ରୁପ୍ ମଧ୍ୟରୁ ପ୍ରାୟ ୮୩% ଉଭୟ ଡୋଜ୍ ନେଇସାରିଛନ୍ତି । ସ୍ୱାସ୍ଥ୍ୟକର୍ମଚାରୀ, ଫ୍ରଣ୍ଟଲାଇନ ୱାର୍କର ଏବଂ ୬୦+ ଗ୍ରୁପର ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ୍ ନେଇସାରିଛନ୍ତି । ୧୨ ରୁ ୧୪ ବର୍ଷ ବୟସ ବର୍ଗର ୪୫% ଲୋକମାନେ ପ୍ରଥମ ଡୋଜ୍ ନେଇସାରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।