ବିପିୟୁଟି ଛାତ୍ରଛାତ୍ରୀ ଘେରିଲେ ବୈଷୟିକ ମନ୍ତ୍ରୀଙ୍କ ବାସଭବନ

ଭୁବନେଶ୍ୱର, ଫାଇନାଲ ସେମିଷ୍ଟାର ପରୀକ୍ଷା ଦାବି ନେଇ ଆଜି ବିପିୟୁଟିର ଛାତ୍ରଛାତ୍ରୀମାନେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରିଛନ୍ତି । ସୂଚନାଥାଉକି, ଚଳିତ ବର୍ଷ ଅଗଷ୍ଟ ମାସରେ ହୋଇଥିବା ଅନଲାଇନ ପରୀକ୍ଷା ଅନେକ ଛାତ୍ରଛାତ୍ରୀ ଦେଇପାରିନଥିଲେ । ତେଣୁ ସେମାନଙ୍କ ପାଇଁ ଅଫଲାଇନରେ କରାଯିବ ବୋଲି ବିଭାଗ ତରଫରୁ କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏପଟେ ଓଜେଇଇ ପରୀକ୍ଷାରେ ଭଲ ର‌୍ୟାଙ୍କ ରଖିଥିଲେ ସୁଧା ଶେଷ ସେମିଷ୍ଟାର ପରୀକ୍ଷା ହୋଇନଥିବାରୁ ଛାତ୍ରଛାତ୍ରୀମାନେ ଆଡ଼ମିଶନରୁ ବାଦ ପଡ଼ିଛନ୍ତି । ତେଣୁ ଏସବୁର ସମାଧାନ ପାଇଁ ତୁରନ୍ତ ଫାଇନାଲ ପରୀକ୍ଷା କରିବା ସହ ଓଜେଇଇ କାଉନସେଲିଂ ତାରିଖ ଘୁଞ୍ଚେଇବା ନେଇ ଦାବି କରିଛନ୍ତି ଛାତ୍ରଛାତ୍ରୀ । ମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ଏହା ସମାଧାନ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.