ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଟ୍ୱିଇଟ ଜରୀଆରେ କହିଛନ୍ତି, ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଅପରାହ୍ନ ୪ଟା ବଦଳରେ ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । କିନ୍ତୁ ସପ୍ତାହନ ସଟ୍ଡାଉନ ପୂର୍ବ ଭଳି ଜାରୀ ରହିବ । ତା ସହିତ ସହର ଭିତରେ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି । ସମସ୍ତ ଦୋକାନୀ ପଞ୍ଚସୂତ୍ର ନିୟମ ମାନିବାକୁ ବାଧ୍ୟ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ କୋହଳ ହେଲା କଟକଣା
- Post published:August 24, 2020
- Post category:ଓଡିଶା
- Reading time:1 mins read