ପର୍ଯ୍ୟବେକ୍ଷକମାନଙ୍କ ସଂକ୍ଷିପ୍ତ ବୈଠକ

ଭୁବନେଶ୍ୱର, ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷଣା ହୋଇଥିବା ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ,କେରଳ ଓ ପୁଡୁଚେରୀର ବିଧାନସଭା ମଣ୍ଡଳୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ, ପୁଲିସ ପର୍ଯ୍ୟବେକ୍ଷକ, ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧାରଣ ପର୍ଯ୍ୟବେକ୍ଷକ ନିମନ୍ତେ ରାଜ୍ୟର ୨୨ଜଣ ବରିଷ୍ଠ (ଆଇ.ଏ.ଏସ) ଅଧିକାରୀ ,ପୁଲିସ ପର୍ଯ୍ୟବେକ୍ଷକ ନିମନ୍ତେ ୧୨ ଜଣ ବରିଷ୍ଠ (ଆଇ.ପି.ଏସ) ଅଧିକାରୀ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିମନ୍ତେ ୯ଜଣ ବରିଷ୍ଠ (ଆଇ.ଆର.ଏସ)ଅଧିକାରୀଙ୍କୁ ଉକ୍ତ ୫ଗୋଟି ରାଜ୍ୟର ବିଧାନସଭା ପାଇଁ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ଭାବେ ଅବଗତ କରାଇଥିଲେ ।

Leave A Reply

Your email address will not be published.