You are currently viewing ଚଳିତ ଅଧିବବେଶନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ

ଚଳିତ ଅଧିବବେଶନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ ବ୍ୟୁରୋ) ୦୨/୦୭, ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟ ବିଧାନ ସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନରେ ୨୦୨୨-୨୦୨୩ ମସିହା ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ । ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଆଣିଛି ମୂଲତବୀ ନୋଟିସ । ଆଇନଶୃଙ୍ଖଳା ପରିସ୍ଥିତି , ଚାଷୀ ସମସ୍ୟା ଓ ପିଇବା ପାଣି ସମସ୍ୟା ଉପରେ ଏହି ପ୍ରସ୍ତାବ ଆଗତ କରିଛି କଂଗ୍ରେସ ।

ମିଳିଥିବା ସୂଚନା ମୁତାବକ ଚଳିତ ଅଧିବେଶନ ଅନେକ ଘଟଣା ବହୁଳ ହେବ । ନୂତନ ଭାବେ ମନ୍ତ୍ରୀ ମଣ୍ଡଳରେ ଯୋଗ ଦେଇଥିବା ବିଧାୟକ ମାନଙ୍କର କିପ୍ରକାର କାର୍ଯ୍ୟକଳାପ ରହୁଛି ତାକୁ ସାରା ରାଜ୍ୟ ଅନାଇ ବସିଥିବା ବେଳେ ଗୃହ ଭିତରେ ବିରୋଧୀ ଦଳ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ଚେଷ୍ଟା କରିବ । ତେବେ ସରକାର ବିରୋଧୀ ଦଳର ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଗୃହ ମଧ୍ୟରେ ପ୍ରସ୍ତୁତ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।