You are currently viewing ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍ : ବଦଳିପାରେ ଲକ୍ଷ୍ମୀ ବସ୍ ର ନାଁ

ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍ : ବଦଳିପାରେ ଲକ୍ଷ୍ମୀ ବସ୍ ର ନାଁ

ଏଏନଏସ : ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ବାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ପ୍ରଥମ ବୈଠକରେ ବିଭିନ୍ନ ପ୍ରକାର ତର୍ଜ୍ଜମା ହେବା ସହ ତୀର୍ଥସ୍ଥଳୀକୁ ବସ୍ ସେବା ଚାଲିବା ନେଇ ନିଷ୍ପତି ହେଇଛି । ପୁରୁଣା ବସ୍ ସେବା ସଠିକ ଭାବେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ। ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବାରାଣସୀ ଭଳି ଜାଗାକୁ ବସ୍ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।

ଏଥିସହ ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରି ବସ୍ ସେବା ଆରମ୍ଭ ହୋଇଯାଇଛି । ଆମ ଓଡ଼ିଶା ଭାଗରେ ମଧ୍ୟ ଏହି ସେବାର ସୁବିଧା ମିଳିବ । ତେଣୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ 15 ବର୍ଷରୁ ପୁରୁଣା ବସକୁ ସ୍କାର୍ପକୁ ଦିଆଯିବ । ଆଗକୁ ଇଲେକ୍ଟ୍ରି ବସ୍ ଅଧିକ ଚଳାଚଳ କରାଯିବ । ବର୍ତ୍ତମାନ ଲକ୍ଷ୍ମୀବସକୁ ନେଇ ଚାଲିଛି ତର୍ଜ୍ଜମା । ନାଁ ବଦଳିବା ନେଇ ହୋଇପାରେ ଆଲୋଚନା । ନାଁ ରେ କିଛି ନାହିଁ ସେବା ମିଳିବା ଆବଶ୍ୟକ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।