ନବରଙ୍ଗପୁର (ଏ ଏନ୍ ଏସ)୧୧/୧୦, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଂଚାୟତ ଅନ୍ତର୍ଗତ ସୋରିଷପଦର ଠାରେ ଝାଡାବାନ୍ତି ବ୍ୟାପି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଉଥିବା ନେଇ ଖବର ମିଳିଛି । ମୃତକ ହେଲେ ତୁଳାବତୀ ଭତରା । ତାଙ୍କ ସ୍ୱାମୀ ଟଙ୍କଧର ଭତରା ରବିବାର ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ।
ଗ୍ରାମରେ ଅନ୍ୟ ୨ ଜଣ ଧନ୍ୟା ଭତରା ଓ ପୁଷ୍ପଲତା ଭତରା ଆକ୍ରାନ୍ତ ହୋଇ ଘରେ ଚିକିତ୍ସା ଜାରି ରହିଛି । ଖବରପାଇ ଗ୍ରାମରେ ଏକ ଡାକ୍ତରୀ ଟିମ୍ ପହଁଚି ଲୋକଙ୍କୁ ସଚେତନତା କରାଉଛନ୍ତି । ଡାକ୍ତରୀ ଦଳ ଗ୍ରାମର ପାଣିର ନମୁନା ପରୀକ୍ଷା ଲାଗି ପଠାଇଛନ୍ତି।ଝାଡା ବାନ୍ତି ବ୍ୟାପିବାର କାରଣ ଏଯାଏ ଜଣା ପଡ଼ିନାହିଁ ।