You are currently viewing କ୍ୟାମେରାରେ କଏଦ ହେଲା ମେଣ୍ଢାଖିଆ ଜନ୍ତୁ

କ୍ୟାମେରାରେ କଏଦ ହେଲା ମେଣ୍ଢାଖିଆ ଜନ୍ତୁ

  • Post category:ଓଡିଶା
  • Reading time:1 mins read

ନିଆଳି (ଏଏନଏସ)୨୩/୦୩, ଦୀର୍ଘ 7ବର୍ଷ ପରେ ସାମ୍ନାକୁ ଆସିଲା କଟକ ଜିଲ୍ଲା ନିଆଳି ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ଅଜଣା ମେଣ୍ଢା ଖିଆ ଜନ୍ତୁ l ଟ୍ରାପ କ୍ୟାମେରାରେ କଏଦ ହେଲା ଜନ୍ତୁର ଫଟୋ । ଜନ୍ତୁକୁ ଧରିବା ପାଇଁ ଆଉ ମାତ୍ର ଅଳ୍ପଦୂରରେ ରହିଛି ବନ ବିଭାଗ l ଜନ୍ତୁଟିକୁ ଧରିବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି ଫୁଲନଖରା ବନଖଣ୍ଡ କର୍ମଚାରୀ l ଜନ୍ତୁ ଧରିବା ପାଇଁ ଯନ୍ତା ବସାଇବା ସହ ଟ୍ରାପ କ୍ୟାମେରା ଲଗାଯାଇଛି । ରେଞ୍ଜ ଅଫିସର ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ନିଜେ କଣ୍ଟାପଡା ନାହାଳପୁର ପଂଚାୟତ ଗୁଣାଦୋଳ ଗାଁରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ଦୀର୍ଘ ବର୍ଷ ହେବ ଅଞ୍ଚଳରେ ମେଣ୍ଢାଙ୍କୁ ଶିକାର କରିଚାଲିଛି ଅଜଣା ଜନ୍ତୁ । ବହୁବାର ଅଜଣା ଜନ୍ତୁକୁ ଧରିବା ପାଇଁ ପ୍ରୟାସ କରାଯାଇଥିଲେ ବି ସବୁ ଉଦ୍ୟମ ଫେଲ ମାରିଥିଲା । ଟ୍ରାପ୍ କ୍ୟାମେରାରେ ଜନ୍ତୁର ଫଟୋ ଉଠିବା ପରେ ଲୋକଙ୍କ ମନରେ ଭୟ କମିଛି । ଅତିଶୀଘ୍ର ଜନ୍ତୁକୁ ଧରାଯିବ ବୋଲି କହିଛନ୍ତି ରେଞ୍ଜ ଅଫିସର ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।