ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

ବ୍ରହ୍ମପୁର (କୃଷ୍ଣଚନ୍ଦ୍ର ପାଲ୍‌), ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହୋଇଛି । ଚୈତ୍ରମାସର ପ୍ରତି ମଙ୍ଗଳବାରରେ ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ତେବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଆଶଙ୍କା ନେଇ ସମ୍ପୂର୍ଣ୍ଣ  କରୋନା କଟକଣା ଭିତରେ ଏହି ପର୍ବ ପାଳନ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ବୃଦ୍ଧ, ଗର୍ଭବତୀ ମହିଳା, ଏବଂ ଶିଶୁଙ୍କୁ ମନ୍ଦିର ଭିତରକୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିଛି । ଭୋର ସମୟରେ ମା’ଙ୍କ ନୀତି ସରିବା ପରେ ଭକ୍ତମାନେ ବ୍ୟାରିକେଡ ଭିତରେ ଯାଇ ମା’ଙ୍କୁ ଦର୍ଶନ କରୁଛନ୍ତି । ତେବେ ଚଳିତ ବର୍ଷ ଚୈତ୍ର ମାସରେ ୫ଟି ମଙ୍ଗଳବାର ପଡ଼ୁଥିବାରୁ ମାର୍ଚ୍ଚ ୩୦, ଏପ୍ରିଲ ୬, ୧୩, ୨୦ ଓ ୨୭ତାରିଖରେ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ ହେବ।
ସୂଚନା ଅନୁସାରେ, ଗତବର୍ଷ କରୋନାର ପ୍ରଭାବ ପାଇଁ ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇପାଳି ପରେ ବନ୍ଦ ହୋଇଯାଇଥିଲା ।

Leave A Reply

Your email address will not be published.